ମହିନ୍ଦ୍ରା ଟ୍ରାକ୍ଟରର ଆଳୁ ଚାଷ ଗାଇଡ୍

Jul 10, 2023 |

ଧାନ ଚାଷ ହେଉଛି ଭାରତର ସର୍ବାଧିକ ପ୍ରଚଳିତ କୃଷି ପ୍ରଣାଳୀ ଯାହା ଚାଉଳ ଉତ୍ପାଦନ କରିବା ପାଇଁ ଛୋଟ, କାଦୁଆ କ୍ଷେତ ବ୍ୟବହାର କରିଥାଏ । ଏହି ପ୍ରଣାଳୀର ଶୈଳୀ ପାଇଁ, ଯେଉଁଠି ମାଟି ହାଲକା ଏବଂ କାଦୁଆ ଥାଏ, ଆପଣକୁ ସେଥିପାଇଁ ସଠିକ ପ୍ରକାରର ଟ୍ରାକ୍ଟର ବ୍ୟବହାର କରିବା ଆବଶ୍ୟକ ।

ଆପଣଙ୍କ ଧାନ କ୍ଷେତ ପାଇଁ ସଠିକ୍ ଟ୍ରାକ୍ଟର୍ ଚୟନ କରିବା ବେଳେ, ଆପଣ ନିଷ୍ଚିତ ହେବା ଉଚିତ ଯେ, ଏହା ଝାଳ ନବୁହାଇ ଆପଣଙ୍କର ସମସ୍ତ ପ୍ରକାରର କାମ କରିବାରେ ସକ୍ଷମ ଏବଂ ଆପଣ ଏହାକୁ ଭଲରେ ବ୍ୟବହାର କରି ପାରିବେ । ତାହାଲେ ଭାରତରେ ଧାନ କ୍ଷେତ ପାଇଁ ସର୍ବଶ୍ରେଷ୍ଠ ଟ୍ରାକ୍ଟର ବାଛିବା ପାଇଁ ଏକ ସକ୍ଷିପ୍ତ ଗାଇଡ୍ ଦିଆଯାଇଛି ।

ସଠିକ୍ ଟ୍ରାକ୍ଟର ଚୟନ କରିବା

ଧାନ ଚାଷ ପାଇଁ ଟ୍ରାକ୍ଟର ଚୟନ କରିବା ବେଳେ, ଆପଣଙ୍କୁ ଏହାର ସମସ୍ତ ବୈଶିଷ୍ଟ୍ୟ ବିସ୍ତୃତରେ ଜାଣିବା ଆବଶ୍ୟକ । ଉଦ୍ଦାହରଣ ସ୍ବରୂପ, ଆପଣ ଜାଣି ରଖିବା ଉଚିତ ଯେ, ଆପଣଙ୍କ ଟ୍ରାକ୍ଟର କେତେ ହର୍ଷ ପାୱାର୍ ଆବଶ୍ୟକ କରିବ । ନୀୟମିତ ଧାନ ରୋଇବା କାର୍ଯ୍ୟ ପାଇଁ ଆପଣ ନିମ୍ନ ହର୍ଷ ପାୱାର୍ ଟ୍ରାକ୍ଟର ବ୍ୟବହାର କରି ପାରିବେ, କିନ୍ତୁ ପରିବହନ ଭଳି ଅଧିକ କଠିନ କାମ ପାଇଁ, ଆପଣ ଏଭଳି ଟ୍ରାକ୍ଟର ଚୟନ କରି ପାରିବେ ଯାହାର 30 HP କ୍ଷମତା ରହିଥିବ ।

ଏହାପରେ, ଆପଣଙ୍କୁ 2WD ଏବଂ 4WD ମଧ୍ୟରେ ଚୟନ କରିବାକୁ ହେବ । ସାଧାରଣ ଧାନ ରୋପଣ କାର୍ଯ୍ୟ ପାଇଁ ଗୋଟିଏ 2WD ଟ୍ରାକ୍ଟର ଠିକ୍ । 2WD ଟ୍ରାକ୍ଟର ଧାନ ରୋପଣ କାର୍ଯ୍ୟ ପାଇଁ ସର୍ବୋତ୍କୃଷ୍ଠ, କାରଣ ମାଟି କାଦୁଆ ଏବଂ ପାଣି ଜମିଥିଲେ ମଧ୍ୟ ଏହାର ଆଗ ଚକର ଆକ୍ସେଲ୍ ଟ୍ରାକ୍ଟରକୁ ବୁଡ଼ିବାକୁ ଦିଏ ନାହିଁ , ଏବଂ ଏହାର ରକ୍ଷଣାବେକ୍ଷଣ ସହଜ । ଗୋଟିଏ 4WD ଧାନ ରୋପଣକାରୀ ଟ୍ରାକ୍ଟର ଅଧିକ ବଡ଼ ଧାନ କ୍ଷେତ, ଖୋଲା ମାଟି କିମ୍ବା ଭାରୀ କାର୍ଯ୍ୟ ପାଇଁ ଉପଯୁକ୍ତ । ଅଥିସହ, ଆପଣ ଯଦି ମହିନ୍ଦ୍ରା ଟ୍ରାକ୍ଟର ଚୟନ କରୁଛନ୍ତି, ଆପଣ ଏଥିରେ ଥିବା ଅନ୍ୟ ବୈଶିଷ୍ଟ୍ୟ ମଧ୍ୟ ଉପଭୋଗ କରି ପାରିବେ । ପ୍ରଥମତଃ, ମହିନ୍ଦ୍ରା ଟ୍ରାକ୍ଟରର ଅଛି କ୍ଲାସ୍ –ଲିଡିଂ ହାଇଡ୍ରୋଲିକ୍, ଯାହା ଆପଣଙ୍କୁ ଭାରୀ କାର୍ଯ୍ୟ ଏବଂ ଟାଣିବା ଓ ଅଧିକ ଜଳ ପମ୍ପ କରିବାକୁ ଅନୁମତି ଦିଏ । ଏଥିସହ, ଆପଣ ପାୱାର୍ ଷ୍ଟିଅରିଂ, ଡୁଆଲ୍ – କ୍ଲଚ୍ ସହ ନିରନ୍ତର ମେସ୍ ଟ୍ରାନ୍ସମିସନ୍, ଆଡଜଷ୍ଟେବୁଲ୍ ସିଟ୍, ସହଜରେ ପହଞ୍ଚି ହେଉଥିବା ନିୟନ୍ତ୍ରଣ ଏବଂ ଏସ୍ ସି ଡି କ୍ଲଷ୍ଟର୍ ଚୟନ କରିପାରିବେ ।

ମହିନ୍ଦ୍ରା ଟ୍ରାକ୍ଟର୍ କାହିଁକି କିଣିବେ

ଏହାର କାରଣ ହେଉଛି ବେସ୍ ସହଜ— ଧାନ ଚାଷ ପାଇଁ ପ୍ରମୁଖ ଥିବା ଉପରେ ତାଲିକାଭୁକ୍ତ ସମସ୍ତ ଜରୁରୀ ବୈଶିଷ୍ଟ୍ୟ ମହିନ୍ଦ୍ରାର ଟ୍ରାକ୍ଟର୍ ରେଞ୍ଜ୍ ଗୁଡ଼ିକରେ ରହିଛି । ଧାନ ଚାଷ ପାଇଁ ଅଧିକ ବିକ୍ରି ହେଉଥିବା ଟ୍ରାକ୍ଟର ହେଉଛି ମହିନ୍ଦ୍ରା ଜିଭୋ ରେଞ୍ଜ୍ ଟ୍ରାକ୍ଟର । ଆସନ୍ତୁ ଏ ନେଇ ନିମ୍ନରେ ବିସ୍ତୃତରେ ଜାଣିବା :

ମହିନ୍ଦ୍ରା ଜିଭୋ 305 DI 4WD ହେଉଛି DI ଇଞ୍ଜିନ୍ ଥିବା କେବଳ ମାତ୍ର 18.2 kW (24.5 HP) 4WD ଟ୍ରାକ୍ଟର । ଏହା ଆପଣଙ୍କୁ ଅତୁଳନୀୟ ପ୍ରଦର୍ଶନ ସହ ଏକାଧିକ ଆପ୍ଲିକେସନ କରିବାର ସ୍ବାଧୀନତା ଦିଏ । 89 Nmର ସର୍ବାଧିକ ଟର୍କ ଏବଂ 18.2 kW (24.5 HP)ର ସର୍ବାଧିକ PTO ଶକ୍ତି ସହ, ଏହା ଧାନ ଚାଷ ପାଇଁ ଏକ ଆଦର୍ଶ ଟ୍ରାକ୍ଟର ଏବଂ ଏହା ଛୋଟ ଜମିରେ ମଧ୍ୟ ସହଜରେ ପରିଚାଳିତ ହୋଇ ପାରିବ ।

ତୁଳନାତ୍ମକ ଭାବେ, ମହିନ୍ଦ୍ରା ଜିଭୋ 365 DI 4WD, 118 Nmର ସର୍ବାଧିକ ଟର୍କ ଏବଂ 26.8 kW (36 HP)ର ଇଞ୍ଜିନ ପାୱାର୍ ସହ 22.4 kW (30 HP)ର ସର୍ବାଧିକ PTO ଶକ୍ତି ପ୍ରଦାନ କରେ । ଏହି ଟ୍ରାକ୍ଟର, ଧାନ କ୍ଷେତରେ କାର୍ଯ୍ୟ କରିବା ପାଇଁ ଖାସକରି ଡିଜାଇନ୍ ହୋଇଛି, ଯାହା ସର୍ବଶ୍ରେଷ୍ଟ ଇନ- କ୍ଲାସ୍ ମାଇଲେଜ୍ ପ୍ରଦାନ କରେ । ଏହା ହେଉଛି ପ୍ରଥମ ଟ୍ରାକ୍ଟର୍ ଯେଉଁଥିରେ ଅଛି ପୋଜିସନ୍ – ଅଟୋ କଣ୍ଟ୍ରୋଲ୍ ( PAC) ଟେକ୍ନୋଲୋଜୀ, ଭଲ ଭାବେ ପଡଲିଂ କରିବାରେ ପାରଙ୍ଗମ । ଏହାର ଅର୍ଥ ହେଉଛି ଧାନ କ୍ଷେତରେ କାମ କରିବା ବେଳେ ଆପଣଙ୍କୁ ନିରନ୍ତର ଆପଣଙ୍କ PC ଲିଭର୍ ନିୟନ୍ତ୍ରଣ କରିବାକୁ ପଡ଼ିବ ନାହିଁ ଏବଂ ଟ୍ରାକ୍ଟର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସହ ଆପଣ ବେଶ ସହଜରେ ନିଜର କାର୍ଯ୍ୟ ସମାପ୍ତ କରି ପାରିବେ ।

ଏବଂ ଯଦି ଆପଣ ଏପରି କିଛି ଚାହୁଁଛନ୍ତି ଯାହା ଆହୁରି ଅଧିକ ଉନ୍ନତ ଏବଂ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ଟେକ୍ନୋଲୋଜୀ ବିଶିଷ୍ଟ ହୋଇଥିବ, ତାହେଲେ ମହିନ୍ଦ୍ରା ଜିଭୋ 245 DI ଟ୍ରାକ୍ଟର୍ ରେଞ୍ଜ ବିକଳ୍ପ ଚୟନ ପାରିବେ । ଜିଭୋ 245 DI ରେଞ୍ଜରେ ଅଛି ଶକ୍ତିଶାଳୀ ELS DI ଇଞ୍ଜିନ, ଯାହା 14.9 kW (20 HP) ରୁ 26.84 kW (36 HP) ଏବଂ 73 Nm ରୁ 118 Nm of ଟର୍କ ଉତ୍ପନ କରେ । ଏହି ଶକ୍ତି, 8F+4R କନଫିଗୁରେସନର ଗୋଟିଏ ନିରନ୍ତର ମେସ୍ ଗିଅର୍ ବକ୍ସ ସହ ଚକାକୁ (2WD କିମ୍ବା 4WD) ସଂଚାରଣ ହୋଇଥାଏ । ଜିଭୋ 245 ଟ୍ରାକ୍ଟରରେ ଅଛି ଅଟୋମେଟେଡ୍ ଡ୍ରାଫ୍ଟ ଏବଂ ଡେପଥ୍ ମ୍ୟାନେଜମେଣ୍ଟ ହାଇଡ୍ରୋଲିକ୍ ସିଷ୍ଟମ, ଯାହା ମାଟି ମଧ୍ୟରେ ସମାନ ଗଭୀରତାରେ ପ୍ରଯୋଗ ନିଶ୍ଚିତ କରାଏ । ହାଇଡ୍ରୋଲିକ୍ ସିଷ୍ଟମର ମଧ୍ୟ 750 kg ପର୍ଯ୍ୟନ୍ତ ଉଠାଇବା କ୍ଷମତା ଏବଂ 3000 kgର ଟାଣିବା କ୍ଷମତା ରହିଛି , ଯାହା ଏସବୁ ମହିନ୍ଦ୍ରା ଟ୍ରାକ୍ଟରଗୁଡ଼ିକୁ ଧାନ ରୋପଣ, ହଳ କରିବା ଏବଂ ଟାଣିବା କାର୍ଯ୍ୟ ପାଇଁ ସକ୍ଷମ କରାଯାଏ ।

ଶେଷରେ, ଜିଭୋ ଲାଇନ୍ ର ଟ୍ରାକ୍ଟରଗୁଡ଼ିକ ମଧ୍ୟ ବେଶ୍ ଆରାମଦାୟକ । ଆଡଜଷ୍ଟେବୁଲ୍ ସିଟ୍, ସହଜରେ ପହଞ୍ଚି ହେବା ନିୟନ୍ତ୍ରଣ, ଡୁଆଲ୍ –କ୍ଲଚ୍, ପାୱାର୍ ଷ୍ଟିଅରିଂ – ଏଥିରେ ରହିଛି ସବୁକିଛି ଯାହା ଆପଣଙ୍କୁ ଏକ ଆରମଦାୟ ଏବଂ ସହଜ କୃଷି ପରିବେଶ ଯୋଗାଇବା ନେଇ ନିଶ୍ଚିତ କରାଏ ।

ସଠିକ୍ ଉପଯୋଗ ଚୟନ କରିବା

ଟ୍ରାକ୍ଟର ବ୍ୟତୀତ, ଭଲ ଧାନ ଚାଷ ପାଇଁ ଉପଯୋଗୀ ଉପକରଣ ରହିବା ମଧ୍ୟ ଜରୁରୀ । ଏଠାରେ, ମହିନ୍ଦ୍ରା ହାର୍ଭେଷ୍ଟମାଷ୍ଟର୍ H12 4WD ହେଉଛି ଆପଣଙ୍କର ସବୁଠାରୁ ଭଲ ବିକଳ୍ପ ଯାହା ତ୍ବରିତ କଭରେଜ୍, କମ ଶସ୍ୟ ନଷ୍ଟ, କମ୍ ଇନ୍ଧନ ଉପଯୋଗ ବିଶେଷତା ସହ ଉତ୍କୃଷ୍ଟ ପ୍ରଦର୍ଶନ ପ୍ରଦାନ କରିଥାଏ । ମହିନ୍ଦ୍ରା ଅର୍ଜୁନ୍ ନଭୋ ଟ୍ରାକ୍ଟର୍ ସିରିଜ୍ ଶୃଙ୍ଖଳା ପୂରଣ କରିବା ପାଇଁ ମଲ୍ଟି- କ୍ମପ୍ ଟ୍ରାକ୍ଟର ମାଉଣ୍ଟେଡ୍ କମ୍ବାଇନ୍ ହାର୍ଭେଷ୍ଟର୍ ଡିଜାଇନ ହୋଇଛି ଏବଂ ମହିନ୍ଦ୍ରା ଦ୍ବାରା ବିକଶିତ ହୋଇଛି । ଏଥିରେ ରହିଛି ହାଇ ଗ୍ରାଉଣ୍ଡ କ୍ଲିଅରାନ୍ସ ସହ 41.56 kW ଏବଂ 47.80 kW ମଧ୍ୟର ଇଞ୍ଜିନ ପାୱାର୍ ଯାହା ଗୋଟିଏ କ୍ଷେତରୁ ଅନ୍ୟଟିକୁ କ୍ରସିଂ ଓଭର୍ ବଣ୍ଡ୍ ନିଶ୍ଚିତ କରେ । ଏଥିସହ, ଏହାର ସୁପେରିଅର୍ କଟର୍ ବାର୍ ଭିଜିବିଲିଟି ଫସଲ ଅମଳ କାର୍ଯ୍ୟ ସହ କରେ ଏବଂ ଅନେକ ବ୍ୟବହାରରେ ଆସିଥାଏ ।

ଦର ପୃଷ୍ଠା ଦେଖନ୍ତୁ ।

ମହିନ୍ଦ୍ରା ଅଫର କରୁଥିବା 35+ ଟ୍ରାକ୍ଟର ମଧ୍ୟରୁ, ଆପଣ ନିଜ ପାଇଁ ଉପଯୁକ୍ତ ଟ୍ରାକ୍ଟର ଚୟନ କରି ପାରିବେ । ଆମ ଟ୍ରାକ୍ଟର କ୍ଷେତ୍ରରେ ଆପଣଙ୍କୁ ନିୟମିଚ ବ୍ରେକ୍ ଡାଉନ୍ ଏବଂ ରକ୍ଷଣାବେକ୍ଷଣ, ଲୋ ଫୁଏଲ୍ ଇକୋନୋମୀ, ଅସଙ୍ଗତ ପାୱାର୍ ଡେଲିଭରି କିମ୍ବା ଅସହଜା ନେଇ ଚିନ୍ତା କରିବାକୁ ହେବ ନାହିଁ । ଆପଣଙ୍କ ପାଇଁ ଯାହା ଶ୍ରେଷ୍ଠ ତାହା ଆମେ ପ୍ରଦାନ କରୁଛୁ ।

ଧାନ ଚାଷ ପାଇଁ ଉପଯୁକ୍ତ ମହିନ୍ଦ୍ରାର ଟ୍ରାକ୍ଟରଗୁଡ଼ିକ ସହ ଧାନ ଚାଷ କାର୍ଯ୍ୟକୁ ସହଜ କରନ୍ତୁ ଏବଂ ଆପଣଙ୍କ ଉତ୍ପାଦନ ଅନେକ ପରିମାଣରେ ବଢ଼ାନ୍ତୁ । ଆମ ଟ୍ରାକ୍ଟରଗୁଡ଼ିକ ବିଷୟରେ ଅଧିକ ଜାଣିବା ପାଇଁ ଦର ପୃଷ୍ଟା ଦେଖନ୍ତୁ ।

Latest Press Release

Mahindra’s Farm Equipment Sector Sells 22972 Units in India during January 2024
Mahindra’s Farm Equipment Sector Sells 18,028 Units in India during December 2023
Mahindra OJA set to Transform Farming in India, with the launch of 7 Revolutionary Lightweight 4WD Tractors