କେଉଁଟି ଭାରତରେ କୃଷିକାର୍ଯ୍ୟ ପାଇଁ ସବୁଠାରୁ ଭଲ ଟ୍ରାକ୍ଟର ?

Jun 2, 2023 |

ଚାଷ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ଟ୍ରାକ୍ଟରଗୁଡ଼ିକ ଚାଷୀଙ୍କ ଜରୁରୀ ସାଥୀ; ହଳ କରିବା ହେଉ କିମ୍ବା ଚାଷ କି କିଆରି କରିବା ଏସବୁ ରୋବଷ୍ଟ ମେସିନ୍ ସେମାନଙ୍କୁ ଦକ୍ଷ ଏବଂ ପ୍ରଭାବଶାଳୀ ଭାବେ କାର୍ଯ୍ୟ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଆଜିକାଲି, ଭାରତୀୟ ଟ୍ରାକ୍ଟର ବଜାରରେ ମିଳୁଛି ଅନେକଗୁଡ଼ିଏ ଟ୍ରାକ୍ଟର ଯେଉଁଥିରେ ରହିଛି ନୂଆ ନୂଆ ବୈଶିଷ୍ଟ୍ୟ । ଏସବୁ ଟ୍ରାକ୍ଟରମଧ୍ୟରୁ ଆପଣଙ୍କ କ୍ଷେତ ପାଇଁ ସଠିକ୍ ଟ୍ରାକ୍ଟର ଚୟନ କରିବା କଷ୍ଟକର । କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ । ଭାରତରେ ଆପଣଙ୍କ କୃଷି କାର୍ଯ୍ୟ ପାଇଁ ସବୁଠାରୁ ଭଲ ଟ୍ରାକ୍ଟର ଚୟନ କରିବା ପାଇଁ ଏଠାରେ ଗାଇଡ୍ ଦିଆଯାଇଛି ।

ଆପଣଙ୍କ କୃଷି କାର୍ଯ୍ୟ ପାଇଁ ସବୁଠାରୁ ଭଲ ଟ୍ରାକ୍ଟର ଚୟନ କରିବା

ଟ୍ରାକ୍ଟର ଦେଖିବା ପୂର୍ବରୁ, ଆପଣ ପ୍ରଥମେ ବିଚାରକୁ ନେବା ଉଚିତ୍ ଯେ, ପ୍ରକୃତରେ କେଉଁ ପ୍ରକାରର ଟ୍ରାକ୍ଟର ଆପଣଙ୍କ ଆବଶ୍ୟକତାକୁ ସୁହାଇବ । ଗୋଟିଏ ଟ୍ରାକ୍ଟର ଚୟନ କରିବା ପୂର୍ବରୁ ଏସବୁ କଥା ଧ୍ୟାନ ଦେବା ଉଚିତ୍ ।

ମହିନ୍ଦ୍ରାର ଟ୍ରାକ୍ଟରଗୁଡ଼ିକ

ଭାରତରେ ନୂଆ ଟ୍ରାକ୍ଟର କିଣିବା ପାଇଁ ଯଦି ଆପଣ ବଜାରରେ ଅଛନ୍ତି, ତାହାଲେ ମହିନ୍ଦ୍ରା ବ୍ୟତୀତ କିଛି ବିଚାରକୁ ନିଅନ୍ତୁ ନାହିଁ । ଆମେ ହେଉଛୁ #1 ଏବଂ ସାବା ବିଶ୍ବରେ ସବୁଠାରୁ ଅଧିକ ବିକ୍ରି ହେଉଥିବା ଟ୍ରାକ୍ଟର ନିର୍ମାତା । ଆମ ଟ୍ରାକ୍ଟରର ବିଶ୍ବସନୀୟତା, ଦୃଢ଼ତା ଏବଂ ସହଜ ବ୍ୟବହାର ପଦ୍ଧତି ପାଇଁ ଆମର ସ୍ଥିତି ଉର୍ଦ୍ଧ୍ବରେ । ଆମର ଟ୍ରାକ୍ଟରଗୁଡ଼ିକ ସବୁ ପ୍ରକାର ରେଞ୍ଜରେ ଆସିଥାଏ । ଆପଣଙ୍କ ସହଜ ଚୟନ ପାଇଁ ସବୁଠାରୁ ଅଧିକ ବିକ୍ରି ହେଉଥିବା ଟ୍ରାକ୍ଟରର କିଛି ରେଞ୍ଜ ଏଠାରେ ଦିଆଗଲା ।

ମହିନ୍ଦ୍ରା ଡିଜିସେନ୍ସ

ଗୋଟିଏ ନିଆରା ବୈଶିଷ୍ଟ୍ୟ ଯାହା ଆପଣ ମହିନ୍ଦ୍ରା ଟ୍ରାକ୍ଟରଗୁଡ଼କ ସହ ଉପଭୋଗ କରିପାରିବେ, ତାହା ହେଉଛି ଡିଜିସେନ୍ସ 4G । ଡିଜିସେନ୍ସ 4G ହେଉଛି ନେକ୍ସଟ ଜେନେରେସନ୍ AI ଟେକ୍ନୋଲୋଜୀ ଯାହା ଆପଣଙ୍କ ଟ୍ରାକ୍ଟର ଟ୍ରାକ୍ କରିବାରେ, ଦୂରରେ ରହି କୃଷି କାର୍ଯ୍ୟ ନିୟନ୍ତ୍ରଣ କରିବା, ରକ୍ଷଣାବେକ୍ଷଣ ଟ୍ରାକିଂ ଏବଂ ଆହୁରି ଅନେକ କିଛି କରିବାରେ ସାହାଯ୍ୟ କରିବ । ଏହି ଟେକ୍ନୋଲୋଜୀ ଆପଣଙ୍କୁ ଆପଣଙ୍କ ଚାଷ କାର୍ଯ୍ୟ ନେଇ ତଥ୍ୟ ସମ୍ବଳିତ ରଖେ, ଯାହା ଆପଣଙ୍କୁ ଲାଭ ଉପାର୍ଜନ କରିବାରେ ସକ୍ଷମ କରାଏ । ମହିନ୍ଦ୍ରା ମଧ୍ୟ ନିର୍ମାଣ କରିଥାଏ କ୍ଲାସ୍ – ଲିଡିଂ କମ୍ପାକ୍ଟ ଟ୍ରାକ୍ଟର, ଯାହା କ୍ଷୁଦ୍ର କୃଷିର ଆବଶ୍ୟକତାକୁ ସୁହାଇଥାଏ ।

Connect With Us

ଆପଣ ମଧ୍ୟ ପସନ୍ଦ କରିପାରନ୍ତି |