ଚିନା ବାଦାମ ଚାଷ ପାଇଁ ସଠିକ ଟ୍ରାକ୍ଟର ଚୟନ କରିବା

Mar 22, 2023 |

ଚିନାବାଦାମ ଭାରତର ପାଞ୍ଚଟି ରାଜ୍ୟରେ ହୋଇଥାଏ । ତାହା ହେଉଛି ଆନ୍ଧ୍ର ପ୍ରଦେଶ, ଗୁଜରାଟ, ତାମିଲନାଡୁ, କର୍ଣ୍ଣାଟକ, ରାଜସ୍ଥାନ ଏବଂ ମହାରାଷ୍ଟ୍ର । ଭିନ୍ନ ଭିନ୍ନ ଅଞ୍ଚଳର ଦୃଷ୍ଟିକୋଣରୁ ଭିନ୍ନ ଭିନ୍ନ ମାଟିରେ ଫସଲ କରାଯାଇଥାଏ ଏବଂ ପ୍ରତି ଅଞ୍ଚଳ ଏଥିପାଇଁ ଉପଯୁକ୍ତ ଚାଷ ପ୍ରଣାଳୀ ପ୍ରୟୋଗ କରନ୍ତି । ଏଥିପାଇଁ ଆବଶ୍ୟକ ଅକାଧିକ କୃଷିଭିତ୍ତିକ ଉପକରଣ, ସାର ଏବଂ ଫସଲ ପାଇଁ ସାମୟିକ ଯତ୍ନ । ସବୁ ପ୍ରକାରର ଟ୍ରାକ୍ଟର ଏସବୁ କାର୍ଯ୍ୟ ସହଜରେ କରିପାରେ ନାହିଁ ଏବଂ ଆପଣଙ୍କୁ ଚିନା ବାଦାମ ଚାଷ ପାଇ ଆବଶ୍ୟକ ସବୁ ଚାହିଦା ପୂରଣ କରି ପାରୁଥିବା ଟ୍ରାକ୍ଟର ଚୟନ କରିବା ଆବଶ୍ୟକ । ଚିନାବାଦାମ ଚାଷ ପାଇଁ ଭାରତୀୟ ଆଦର୍ଶ କିପରି ଚୟନ କରିବେ ସେ ନେଇ ଏହି ନିବନ୍ଧ ଆଲୋଚନା କରିବ।

ସଠିକ୍ ଟ୍ରାକ୍ଟର ଚୟନ କରିବା କାହିଁକି ଗୁରୁତ୍ତ୍ବପୂର୍ଣ୍ଣ ।

ଗୋଟିଏ ଚିନାବାଦାମ ଚାଷ ପାଇଁ ଉପଯୁକ୍ତ ଟ୍ରାକ୍ଟର ଅନେକ ପ୍ରକାର କୃଷି କାର୍ଯ୍ୟ ସମ୍ଭବ ଏବଂ ସହଜ କରିଥାଏ । କିନ୍ତୁ ସଠିକ୍ ଟ୍ରାକ୍ଟର ଚୟନ କରିବାର ଏସବୁ କେବଳ ମାତ୍ର କାରଣ ନୁହେଁ ।

ଚିନା ବାଦାମ ଚାଷ ପାଇଁ ଆବଶ୍ୟକ ହେଉଛି ଭାରୀ କୃଷି ଉପକରଣ, ଯେପରି ଉଚ୍ଚ- ଶକ୍ତି ବିଶିଷ୍ଟ ଇଞ୍ଜିନ ଏବଂ ଗୁରୁତ୍ତ୍ବପୂର୍ଣ୍ଣ PTO ଶକ୍ତି ସଂଚାଳିତ ରୋଟାଭୋଟର୍ ଏବଂ ପ୍ଲାଣ୍ଟର୍ । ମୃର୍ତ୍ତିକା ମାନ ବଜାୟ ରଖି ଫଲ ଫସଲ ବୃଦ୍ଧି ପାଇଁ ଗୋଟିଏ ଭଲ ଟ୍ରାକ୍ଟର ଆପଣଙ୍କୁ ଭାରୀ ଉପକରଣ ସହଜରେ ବ୍ୟବହାର କରିବା ପାଇଁ ସାହାଯ୍ୟ କରିବ ।

ଚିନା ବାଦାମ ଚାଷରେ ବୁଣିବା ଏବଂ ଖୋଳିବା କାର୍ଯ୍ୟ ପାଇଁ ସଠିକ ହାଇଡ୍ରୋଲିକ୍ ଅତ୍ୟନ୍ତ ଗୁରୁତ୍ତ୍ବପୂର୍ଣ୍ଣ । ମହିନ୍ଦ୍ରା ଆପଣଙ୍କୁ XP ପ୍ଲସ୍ ଏବଂ ୟୁଭୋ ରେଞ୍ଜ୍ ସହ ପ୍ରଦାନ କରୁଛି ସଠିକ୍ ହାଇଡ୍ରୋଲିକ୍ ଯାହା ଚିନା ବାଦାମ ଚାଷ ପାଇଁ ଉପଯୁକ୍ତ । ଟ୍ରାକ୍ଟରକୁ ମଧ୍ୟ ଆବଶ୍ୟକ ହୋଇଥାଏ ଉପଯୁକ୍ତ ବ୍ୟାକ ଅପ୍ ଟର୍କ ଏବଂ ସଠିକ୍ ପ୍ରକାରର ଆକ୍ସେଲ୍ ଓ ଚକା, ଯାହା ଦ୍ବାରା କୃଷି ଉପକରଣ ଏବଂ ସାମଗ୍ରୀ ନେଇ ପରିବହନ କରି ପାରିବ । ଏହିସହ, ଆପଣଙ୍କ ଝାଳ ନବୋହି ଏବ ବିଶ୍ବସନୀୟତା ଏ ଦକ୍ଷତା ପ୍ରଦାନ ସହ ଆପଣଙ୍କ ଚିନାବାଦାମ ଚାଷ ପାଇଁ ଥିବା ଟ୍ରାକ୍ଟର ଏସବୁ କାର୍ଯ୍ୟ କରି ପାରୁଥିବା ଆବଶ୍ୟକ ।

ପରିଶେଷରେ, ଚିନାବାଦାମ ଚାଷ ପାଇଁ ସଠିକ୍ ଟ୍ରାକ୍ଟର ଆପଣଙ୍କ କୃଷି କାର୍ଯ୍ୟକୁ ବେଶ ଭଲ ଭାବେ କରିବା ସହ ଆପଣଙ୍କ ଶ୍ରମ, ସମୟ ଏବଂ ଉତ୍ପାଦନ ଖର୍ଚ୍ଚ ବଞ୍ଚାଏ । ଯାହାର ପରିଣାମ ଅଧିକ ଭଲ ଫସଲ ଉତ୍ପାଦନ ମଧ୍ୟ ହୋଇଥାଏ ।

ଚିନା ବାଦାମ ଚାଷ ପାଇଁ ମହିନ୍ଦ୍ରା ଟ୍ରାକ୍ଟର

ବଜାରରେ ଶହଶହ ଟ୍ରାକ୍ଟର ଥିବା ବେଳେ, ଚିନାବାଦାମ ଚାଷ ପାଇଁ ଥିବା ଚ୍ୟାଲେଞ୍ଜକୁ ସମସ୍ତେ ସାମ୍ନା କରି ପାରନ୍ତି ନାହିଁ । ସୌଭାଗ୍ୟବଶତଃ, ମହିନ୍ଦ୍ରା ଟ୍ରାକ୍ଟର ଏବଂ ଏହାର କୃଷି ଉପକରଣ ଏହା କରିପାରେ । ଅନ କୌଣସି ଟ୍ରାକ୍ଟରରୁ ଭିନ୍ନ, ଆମର ଚିନାବାଦାମ ପାଇଁ ପ୍ରଯୁଜ୍ୟ ଟ୍ରାକ୍ଟରରେ ରହିଛି ଉଚ୍ଚ PTO ଶକ୍ତି, ଶକ୍ତିଶାଳୀ ଇଞ୍ଜିନ, ସଠିକ୍ ହାଇଡ୍ରୋଲିକ୍ , ବିଶ୍ବସନୀୟତା ଏବଂ ଦୃଢ଼ତା । ଚିନାବାଦାମ ଚାଷ ପାଇଁ ସବୁଠାରୁ ଭଲ ଦୁଇଟି ଟ୍ରାକ୍ଟର ବିଷୟରେ ଏଠାରେ ଦିଆଯାଇଛି ।

Connect With Us

ଆପଣ ମଧ୍ୟ ପସନ୍ଦ କରିପାରନ୍ତି |