ମହିନ୍ଦ୍ରା ଟ୍ରାକ୍ଟର ଆଳୁ ଚାଷ ଗାଇଡ୍

Jul 4, 2023 |

ଧାନ ଚାଷ ହେଉଛି ଭାରତର ସବୁଠାରୁ ଅଧିକ ପ୍ରଚଳିତ ଚାଷ ପ୍ରଣାଳୀ, ଯାହା କ୍ଷୁଦ୍ର, ବନ୍ୟାଜଳ ଜମି ବ୍ୟବହାର କରିଥାଏ । ଏହି ପ୍ରଣାଳୀର ସ୍ବରୂପ ଅନୁଯାୟୀ, ଯେଉଁଠାରେ ମାଟି ହାଲକା ଏବଂ କାଦୁଆ ଥାଏ, ଆପଣଙ୍କୁ ସଠିକ୍ ପ୍ରକାରର ଟ୍ରାକ୍ଟର ବ୍ୟବହାର କରିବା ଆବଶ୍ୟକ ହୋଇଥାଏ ।

ଆପଣଙ୍କ ଧାନ କ୍ଷେତ ପାଇଁ ସଠିକ୍ ଟ୍ରାକ୍ଟର ଚୟନ କରିବା ବେଳେ, ଏହା ଯେ ସଠିକ୍ ଟ୍ରାକ୍ଟର ଏହଂ ଆପଣ ଏଥିରେ ସ୍ବଳ୍ପ ପରିଶ୍ରମରେ ସମସ୍ତ ପ୍ରକାରର ଚାଷ କାର୍ଯ୍ୟ କରି ପାରିବେ ବୋଲି ନିଶ୍ଚିତ ରହିବା ଉଚିତ । ଧାନ ଚାଷ ପାଇଁ ଭାରତରେ ସବୁଠାରୁ ଶ୍ରେଷ୍ଠ ଟ୍ରାକ୍ଟର ଚୟନ କରିବାର ଏଠାରେ ଦିଶା ନିର୍ଦ୍ଦେଶ ଦିଆଗଲା ।

ସଠିକ୍ ଟ୍ରାକ୍ଟର ଚୟନ କରିବା

ଧାନ ଚାଷ ପାଇଁ ଟ୍ରାକ୍ଟର ଚୟନ କରିବା ବେଳେ, ଆପଣଙ୍କୁ ବିସ୍ତୃତରେ ଏହାର ବୈଶିଷ୍ଟ୍ୟ ନେଇ ଧ୍ୟାନ ଦେବା ଆବଶ୍ୟକ । ଉଦ୍ଦାହରଣ ସ୍ବରୂପ, ଆପଣଙ୍କ ଟ୍ରାକ୍ଟର ପାଇଁ କେତେ ହର୍ଷ ପାୱାର୍ ଆବଶ୍ୟକ ତାହା ଜାଣିବା ଜରୁରୀ । ନିୟମିତ ଧାନ ରୋଇବା କାର୍ଯ୍ୟ ପାଇଁ ଆପଣ କମ୍ ହର୍ଷ ପାୱାରର ଟ୍ରାକ୍ଟର ବ୍ୟବହାର କରି ପାରିବେ । କିନ୍ତୁ ଅଧିକ ଭାରୀ କାମ ଯେପରି ପରିବହନ ଆଦି କାମ ପାଇଁ 30 HP ଥିବା ଟ୍ରାକ୍ଟର ଚୟନ କରନ୍ତୁ ।

ଏହାପରେ, ଆପଣଙ୍କୁ 2WD ଏବଂ 4WD ମଧ୍ୟରେ ଚୟନ କରିବାକୁ ହେବ । ସାଧାରଣ ଧାନ ରୋପଣ କାର୍ଯ୍ୟ ପାଇଁ ଗୋଟିଏ 2WD ଟ୍ରାକ୍ଟର ଠିକ୍ । 2WD ଟ୍ରାକ୍ଟର ଧାନ ରୋପଣ କାର୍ଯ୍ୟ ପାଇଁ ସର୍ବୋତ୍କୃଷ୍ଠ, କାରଣ ମାଟି କାଦୁଆ ଏବଂ ପାଣି ଜମିଥିଲେ ମଧ୍ୟ ଏହାର ଆଗ ଚକର ଆକ୍ସେଲ୍ ଟ୍ରାକ୍ଟରକୁ ବୁଡ଼ିବାକୁ ଦିଏ ନାହିଁ , ଏବଂ ଏହାର ରକ୍ଷଣାବେକ୍ଷଣ ସହଜ । ଗୋଟିଏ 4WD ଧାନ ରୋପଣକାରୀ ଟ୍ରାକ୍ଟର ଅଧିକ ବଡ଼ ଧାନ କ୍ଷେତ, ଖୋଲା ମାଟି କିମ୍ବା ଭାରୀ କାର୍ଯ୍ୟ ପାଇଁ ଉପଯୁକ୍ତ । ଅଥିସହ, ଆପଣ ଯଦି ମହିନ୍ଦ୍ରା ଟ୍ରାକ୍ଟର ଚୟନ କରୁଛନ୍ତି, ଆପଣ ଏଥିରେ ଥିବା ଅନ୍ୟ ବୈଶିଷ୍ଟ୍ୟ ମଧ୍ୟ ଉପଭୋଗ କରି ପାରିବେ । ପ୍ରଥମତଃ, ମହିନ୍ଦ୍ରା ଟ୍ରାକ୍ଟରର ଅଛି କ୍ଲାସ୍ –ଲିଡିଂ ହାଇଡ୍ରୋଲିକ୍, ଯାହା ଆପଣଙ୍କୁ ଭାରୀ କାର୍ଯ୍ୟ ଏବଂ ଟାଣିବା ଓ ଅଧିକ ଜଳ ପମ୍ପ କରିବାକୁ ଅନୁମତି ଦିଏ । ଏଥିସହ, ଆପଣ ପାୱାର୍ ଷ୍ଟିଅରିଂ, ଡୁଆଲ୍ – କ୍ଲଚ୍ ସହ ନିରନ୍ତର ମେସ୍ ଟ୍ରାନ୍ସମିସନ୍, ଆଡଜଷ୍ଟେବୁଲ୍ ସିଟ୍, ସହଜରେ ପହଞ୍ଚି ହେଉଥିବା ନିୟନ୍ତ୍ରଣ ଏବଂ ଏସ୍ ସି ଡି କ୍ଲଷ୍ଟର୍ ଚୟନ କରିପାରିବେ ।

ମହିନ୍ଦ୍ରା ଟ୍ରାକ୍ଟର୍ କାହିଁକି କିଣିବେ

ଏହାର କାରଣ ହେଉଛି ବେସ୍ ସହଜ— ଧାନ ଚାଷ ପାଇଁ ପ୍ରମୁଖ ଥିବା ଉପରେ ତାଲିକାଭୁକ୍ତ ସମସ୍ତ ଜରୁରୀ ବୈଶିଷ୍ଟ୍ୟ ମହିନ୍ଦ୍ରାର ଟ୍ରାକ୍ଟର୍ ରେଞ୍ଜ୍ ଗୁଡ଼ିକରେ ରହିଛି । ଧାନ ଚାଷ ପାଇଁ ଅଧିକ ବିକ୍ରି ହେଉଥିବା ଟ୍ରାକ୍ଟର ହେଉଛି ମହିନ୍ଦ୍ରା ଜିଭୋ ରେଞ୍ଜ୍ ଟ୍ରାକ୍ଟର । ଆସନ୍ତୁ ଏ ନେଇ ନିମ୍ନରେ ବିସ୍ତୃତରେ ଜାଣିବା :

ମହିନ୍ଦ୍ରା ଜିଭୋ 305 DI 4WD ହେଉଛି DI ଇଞ୍ଜିନ୍ ଥିବା କେବଳ ମାତ୍ର 18.2 kW (24.5 HP) 4WD ଟ୍ରାକ୍ଟର । ଏହା ଆପଣଙ୍କୁ ଅତୁଳନୀୟ ପ୍ରଦର୍ଶନ ସହ ଏକାଧିକ ଆପ୍ଲିକେସନ କରିବାର ସ୍ବାଧୀନତା ଦିଏ । 89 Nmର ସର୍ବାଧିକ ଟର୍କ ଏବଂ 18.2 kW (24.5 HP)ର ସର୍ବାଧିକ PTO ଶକ୍ତି ସହ, ଏହା ଧାନ ଚାଷ ପାଇଁ ଏକ ଆଦର୍ଶ ଟ୍ରାକ୍ଟର ଏବଂ ଏହା ଛୋଟ ଜମିରେ ମଧ୍ୟ ସହଜରେ ପରିଚାଳିତ ହୋଇ ପାରିବ ।

ତୁଳନାତ୍ମକ ଭାବେ, ମହିନ୍ଦ୍ରା ଜିଭୋ 365 DI 4WD, 118 Nmର ସର୍ବାଧିକ ଟର୍କ ଏବଂ 26.8 kW (36 HP)ର ଇଞ୍ଜିନ ପାୱାର୍ ସହ 22.4 kW (30 HP)ର ସର୍ବାଧିକ PTO ଶକ୍ତି ପ୍ରଦାନ କରେ । ଏହି ଟ୍ରାକ୍ଟର, ଧାନ କ୍ଷେତରେ କାର୍ଯ୍ୟ କରିବା ପାଇଁ ଖାସକରି ଡିଜାଇନ୍ ହୋଇଛି, ଯାହା ସର୍ବଶ୍ରେଷ୍ଟ ଇନ- କ୍ଲାସ୍ ମାଇଲେଜ୍ ପ୍ରଦାନ କରେ । ଏହା ହେଉଛି ପ୍ରଥମ ଟ୍ରାକ୍ଟର୍ ଯେଉଁଥିରେ ଅଛି ପୋଜିସନ୍ – ଅଟୋ କଣ୍ଟ୍ରୋଲ୍ ( PAC) ଟେକ୍ନୋଲୋଜୀ, ଭଲ ଭାବେ ପଡଲିଂ କରିବାରେ ପାରଙ୍ଗମ । ଏହାର ଅର୍ଥ ହେଉଛି ଧାନ କ୍ଷେତରେ କାମ କରିବା ବେଳେ ଆପଣଙ୍କୁ ନିରନ୍ତର ଆପଣଙ୍କ PC ଲିଭର୍ ନିୟନ୍ତ୍ରଣ କରିବାକୁ ପଡ଼ିବ ନାହିଁ ଏବଂ ଟ୍ରାକ୍ଟର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସହ ଆପଣ ବେଶ ସହଜରେ ନିଜର କାର୍ଯ୍ୟ ସମାପ୍ତ କରି ପାରିବେ ।

ଏବଂ ଯଦି ଆପଣ ଏପରି କିଛି ଚାହୁଁଛନ୍ତି ଯାହା ଆହୁରି ଅଧିକ ଉନ୍ନତ ଏବଂ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ଟେକ୍ନୋଲୋଜୀ ବିଶିଷ୍ଟ ହୋଇଥିବ, ତାହେଲେ ମହିନ୍ଦ୍ରା ଜିଭୋ 245 DI ଟ୍ରାକ୍ଟର୍ ରେଞ୍ଜ ବିକଳ୍ପ ଚୟନ ପାରିବେ । ଜିଭୋ 245 DI ରେଞ୍ଜରେ ଅଛି ଶକ୍ତିଶାଳୀ ELS DI ଇଞ୍ଜିନ, ଯାହା 14.9 kW (20 HP) ରୁ 26.84 kW (36 HP) ଏବଂ 73 Nm ରୁ 118 Nm of ଟର୍କ ଉତ୍ପନ କରେ । ଏହି ଶକ୍ତି, 8F+4R କନଫିଗୁରେସନର ଗୋଟିଏ ନିରନ୍ତର ମେସ୍ ଗିଅର୍ ବକ୍ସ ସହ ଚକାକୁ (2WD କିମ୍ବା 4WD) ସଂଚାରଣ ହୋଇଥାଏ । ଜିଭୋ 245 ଟ୍ରାକ୍ଟରରେ ଅଛି ଅଟୋମେଟେଡ୍ ଡ୍ରାଫ୍ଟ ଏବଂ ଡେପଥ୍ ମ୍ୟାନେଜମେଣ୍ଟ ହାଇଡ୍ରୋଲିକ୍ ସିଷ୍ଟମ, ଯାହା ମାଟି ମଧ୍ୟରେ ସମାନ ଗଭୀରତାରେ ପ୍ରଯୋଗ ନିଶ୍ଚିତ କରାଏ । ହାଇଡ୍ରୋଲିକ୍ ସିଷ୍ଟମର ମଧ୍ୟ 750 kg ପର୍ଯ୍ୟନ୍ତ ଉଠାଇବା କ୍ଷମତା ଏବଂ 3000 kgର ଟାଣିବା କ୍ଷମତା ରହିଛି , ଯାହା ଏସବୁ ମହିନ୍ଦ୍ରା ଟ୍ରାକ୍ଟରଗୁଡ଼ିକୁ ଧାନ ରୋପଣ, ହଳ କରିବା ଏବଂ ଟାଣିବା କାର୍ଯ୍ୟ ପାଇଁ ସକ୍ଷମ କରାଯାଏ ।

ଶେଷରେ, ଜିଭୋ ଲାଇନ୍ ର ଟ୍ରାକ୍ଟରଗୁଡ଼ିକ ମଧ୍ୟ ବେଶ୍ ଆରାମଦାୟକ । ଆଡଜଷ୍ଟେବୁଲ୍ ସିଟ୍, ସହଜରେ ପହଞ୍ଚି ହେବା ନିୟନ୍ତ୍ରଣ, ଡୁଆଲ୍ –କ୍ଲଚ୍, ପାୱାର୍ ଷ୍ଟିଅରିଂ – ଏଥିରେ ରହିଛି ସବୁକିଛି ଯାହା ଆପଣଙ୍କୁ ଏକ ଆରମଦାୟ ଏବଂ ସହଜ କୃଷି ପରିବେଶ ଯୋଗାଇବା ନେଇ ନିଶ୍ଚିତ କରାଏ ।

ସଠିକ୍ ଉପଯୋଗ ଚୟନ କରିବା

ଟ୍ରାକ୍ଟର ବ୍ୟତୀତ, ଭଲ ଧାନ ଚାଷ ପାଇଁ ଉପଯୋଗୀ ଉପକରଣ ରହିବା ମଧ୍ୟ ଜରୁରୀ । ଏଠାରେ, ମହିନ୍ଦ୍ରା ହାର୍ଭେଷ୍ଟମାଷ୍ଟର୍ H12 4WD ହେଉଛି ଆପଣଙ୍କର ସବୁଠାରୁ ଭଲ ବିକଳ୍ପ ଯାହା ତ୍ବରିତ କଭରେଜ୍, କମ ଶସ୍ୟ ନଷ୍ଟ, କମ୍ ଇନ୍ଧନ ଉପଯୋଗ ବିଶେଷତା ସହ ଉତ୍କୃଷ୍ଟ ପ୍ରଦର୍ଶନ ପ୍ରଦାନ କରିଥାଏ । ମହିନ୍ଦ୍ରା ଅର୍ଜୁନ୍ ନଭୋ ଟ୍ରାକ୍ଟର୍ ସିରିଜ୍ ଶୃଙ୍ଖଳା ପୂରଣ କରିବା ପାଇଁ ମଲ୍ଟି- କ୍ମପ୍ ଟ୍ରାକ୍ଟର ମାଉଣ୍ଟେଡ୍ କମ୍ବାଇନ୍ ହାର୍ଭେଷ୍ଟର୍ ଡିଜାଇନ ହୋଇଛି ଏବଂ ମହିନ୍ଦ୍ରା ଦ୍ବାରା ବିକଶିତ ହୋଇଛି । ଏଥିରେ ରହିଛି ହାଇ ଗ୍ରାଉଣ୍ଡ କ୍ଲିଅରାନ୍ସ ସହ 41.56 kW ଏବଂ 47.80 kW ମଧ୍ୟର ଇଞ୍ଜିନ ପାୱାର୍ ଯାହା ଗୋଟିଏ କ୍ଷେତରୁ ଅନ୍ୟଟିକୁ କ୍ରସିଂ ଓଭର୍ ବଣ୍ଡ୍ ନିଶ୍ଚିତ କରେ । ଏଥିସହ, ଏହାର ସୁପେରିଅର୍ କଟର୍ ବାର୍ ଭିଜିବିଲିଟି ଫସଲ ଅମଳ କାର୍ଯ୍ୟ ସହ କରେ ଏବଂ ଅନେକ ବ୍ୟବହାରରେ ଆସିଥାଏ ।

ଦର ପୃଷ୍ଠା ଦେଖନ୍ତୁ ।

ମହିନ୍ଦ୍ରା ଅଫର କରୁଥିବା 35+ ଟ୍ରାକ୍ଟର ମଧ୍ୟରୁ, ଆପଣ ନିଜ ପାଇଁ ଉପଯୁକ୍ତ ଟ୍ରାକ୍ଟର ଚୟନ କରି ପାରିବେ । ଆମ ଟ୍ରାକ୍ଟର କ୍ଷେତ୍ରରେ ଆପଣଙ୍କୁ ନିୟମିଚ ବ୍ରେକ୍ ଡାଉନ୍ ଏବଂ ରକ୍ଷଣାବେକ୍ଷଣ, ଲୋ ଫୁଏଲ୍ ଇକୋନୋମୀ, ଅସଙ୍ଗତ ପାୱାର୍ ଡେଲିଭରି କିମ୍ବା ଅସହଜା ନେଇ ଚିନ୍ତା କରିବାକୁ ହେବ ନାହିଁ । ଆପଣଙ୍କ ପାଇଁ ଯାହା ଶ୍ରେଷ୍ଠ ତାହା ଆମେ ପ୍ରଦାନ କରୁଛୁ ।

ଧାନ ଚାଷ ପାଇଁ ଉପଯୁକ୍ତ ମହିନ୍ଦ୍ରାର ଟ୍ରାକ୍ଟରଗୁଡ଼ିକ ସହ ଧାନ ଚାଷ କାର୍ଯ୍ୟକୁ ସହଜ କରନ୍ତୁ ଏବଂ ଆପଣଙ୍କ ଉତ୍ପାଦନ ଅନେକ ପରିମାଣରେ ବଢ଼ାନ୍ତୁ । ଆମ ଟ୍ରାକ୍ଟରଗୁଡ଼ିକ ବିଷୟରେ ଅଧିକ ଜାଣିବା ପାଇଁ ଦର ପୃଷ୍ଟା ଦେଖନ୍ତୁ ।

Connect With Us

ଆପଣ ମଧ୍ୟ ପସନ୍ଦ କରିପାରନ୍ତି |